Spain-Belgium match today: ଆଜି ସ୍ପେନ୍-ବେଲଜିୟମ୍ ଲଢ଼େଇ
ଲସ୍ ଏଞ୍ଜେଲ୍ସ,: ଚଳିତ ଫିଫା ବିଶ୍ବକପ୍ ର ଦ୍ବିତୀୟ କ୍ବାର୍ଟରଫାଇନାଲ୍ରେ ଶୁକ୍ରବାର ମଧ୍ୟରାତ୍ରରେ ମୁକାବିଲା କରିବେ ସ୍ପେନ୍ ଓ ବେଲଜିୟମ। ୨୦୧୦ରେ ଥରେ ମାତ୍ର ବିଜେତା ହୋଇଥିବା ସ୍ପେନ୍ ଏବେ ଜବରଦସ୍ତ ଫର୍ମରେ ରହି ଆଗକୁ ବଢ଼ିଛି। ୧୯୯୦ରେ ଇଟାଲି ଭଳି ଏହି ଦେଶ ଗୋଟିଏ ବି ଗୋଲ୍ ବରଣ ନ କରି କ୍ବାର୍ଟରଫାଇନାଲ୍ରେ ପହଞ୍ଚିଛି। ଅର୍ଥାତ୍ ଚଳିତ ସଂସ୍କରଣରେ ଏହି ଦଳ ୫ ମ୍ୟାଚ୍ ପର୍ଯ୍ୟନ୍ତ ଗୋଲ୍ ବରଣ କରିନାହିଁ। ଉଭୟ ସ୍ପେନ୍ ଓ ବେଲଜିୟମ୍ ଗ୍ରୁପ୍ ବିଜେତା ହୋଇ କ୍ବାର୍ଟରଫାଇନାଲ୍ ଆସିଛନ୍ତି। ଉଭୟ କ୍ରମାଗତ ତୃତୀୟ ଥର ପାଇଁ କ୍ବାର୍ଟରଫାଇନାଲ୍ରେ ଖେଳିବେ। ବିଶ୍ବକପ୍ ମଇଦାନରେ କିନ୍ତୁ ସ୍ପେନ୍ ଓ ବେଲଜିୟମ୍ ମାତ୍ର ୨ ଥର ପରସ୍ପରକୁ ଭେଟିଛନ୍ତି। ଥରେ ଲେଖାଏଁ ଜିତି ସମାନ ସ୍ଥିତିରେ ରହିଛନ୍ତି। ୧୯୮୬ରେ ବେଲଜିୟମ୍ ଲା ରୋଜା ଦଳ ସ୍ପେନ୍କୁ ପରାସ୍ତ କରିଥିବାରୁ ୪୦ ବର୍ଷ ପରେ ଏହା ଦୋହରାଇବା ଆଶାରେ ରହିଛି। ୧୯୯୦ରେ କିନ୍ତୁ ସ୍ପେନ୍ ୨-୧ରେ ପ୍ରତିଶୋଧ ନେଇଯାଇଥିଲା। Horoscope 2026 July 11: ଜାଣନ୍ତୁ ଆଜିର ରାଶିଫଳ ଆଉ ଏକ ଉଲ୍ଲେଖନୀୟ କଥା ହେଉଛି କ୍ବାର୍ଟରଫାଇନାଲ୍ ଉନ୍ନୀତ ହୋଇଥିବା ୮ ଦେଶ ମଧ୍ୟରୁ ୪ଟି ଦେଶ ପୂର୍ବରୁ ଟ୍ରଫି ତୋଳି ଧରିଥିବାବେଳେ ଅନ୍ୟ ୪ଟି ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଆଶାରେ ରହିଛନ୍ତି। ଆର୍ଜେଣ୍ଟିନା (୩ ଥର), ଫ୍ରାନ୍ସ (୨ ଥର), ଇଂଲଣ୍ଡ ଓ ସ୍ପେନ୍ (ଥରେ ଲେଖାଏଁ) ଜୁଲ୍ସ ରିମେଟ୍ ଟ୍ରଫିର ଗୌରବମୟ ସ୍ପର୍ଶ ପାଇଛନ୍ତି। ବେଲଜିୟମ୍ ଓ ମରକ୍କୋ କେବେ ସେମିଫାଇନାଲ୍ ହିଡ଼ ଅତିକ୍ରମ କରିପାରିନାହାନ୍ତି। ସ୍ବିଜରଲାଣ୍ଡ୍ ଶେଷ ଥର ପାଇଁ ୧୯୫୪ରେ କ୍ବାର୍ଟରଫାଇନାଲ୍ ଖେଳିଥିଲା। ନରୱେ ୯୨ ବର୍ଷ ହେବ ଖେଳୁଥିଲେ ମଧ୍ୟ ପୂର୍ବରୁ କେବେ ବି କ୍ବାର୍ଟରଫାଇନାଲ୍ ପହଞ୍ଚି ନଥିଲା। ଆଉ ଏକ ରୋଚକ ତଥ୍ୟ ହେଉଛି ଏଥର ୧୨ ଗ୍ରୁପ୍ର ବିଜେତାଙ୍କ ମଧ୍ୟରୁ ୬ ଦଳ ତିଷ୍ଠି ରହିଛନ୍ତି। ସେମାନେ ହେଲେ-ସ୍ବିଜରଲାଣ୍ଡ୍, ବେଲଜିୟମ୍, ସ୍ପେନ୍, ଫ୍ରାନ୍ସ, ଆର୍ଜେଣ୍ଟିନା, ଇଂଲଣ୍ଡ। Bank jobs 2026: ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ୭୫୦ ଆପ୍ରେଣ୍ଟିସ୍ ପଦବି, ଶୀଘ୍ର କରନ୍ତୁ ଆବେଦନ ମରକ୍କୋ ଓ ନରୱେ ଏହାର ବ୍ୟତିକ୍ରମ। କୌଣସି ଶ୍ରେଷ୍ଠ ତୃତୀୟ ଦଳ ରାଉଣ୍ଡ୍ ଅଫ୍ ୧୬ରୁ ଆଗକୁ ବଢ଼ିପାରିନାହାନ୍ତି। ସେହିଭଳି ୪ ବର୍ଷ ତଳେ କତର ବିଶ୍ବକପ୍ରେ କ୍ବାର୍ଟର୍ଫାଇନାଲ୍ ଖେଳିଥିବା ଦଳ ମଧ୍ୟରୁ ମଧ୍ୟ ୪ ଦଳ କ୍ବାର୍ଟରଫାଇନାଲ୍କୁ ଆସିିଛନ୍ତି। ସେମାନେ ହେଲେ ଆର୍ଜେଣ୍ଟିନା, ଇଂଲଣ୍ଡ, ଫ୍ରାନ୍ସ ଓ ମରକ୍କୋ । ୨୦୨୨ର ଦୁଇ ଫାଇନାଲିଷ୍ଟ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟ ତିଷ୍ଠି ରହିଛନ୍ତି। ପ୍ରଥମ ଥର ପାଇଁ କିନ୍ତୁ ବ୍ରାଜିଲ୍ ଓ ଜର୍ମାନୀ ମିଳିତ ଭାବେ ଅନୁପସ୍ଥିତି ରହିଛିନ୍ତି କ୍ବାର୍ଟରଫାଇନାଲ୍ ପର୍ଯ୍ୟାୟରେ।



